ଭୁବନେଶ୍ୱରରେ, ୨୮ା୨ା୨୦୧୯: ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା (ଫେବୃୟାରୀ ୨୦୧୯ରେ ଟ ୫୦୪.୩୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ୫୦୬.୪୯)କୁ ସାମାନ୍ୟ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଅଣ-ସବ୍ସିଡ଼ୀଯୁକ୍ତ ଘରୋଇ ଗ୍ୟାସର ମୂଲ୍ୟ ମାର୍ଚ୍ଚ ୨୦୧୯ରେ ସିଲିଣ୍ଡର ପିଛା ଟ. ୪୪.୦୦ ବୃଦ୍ଧି ଘଟିବ, ଯାହାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ମୂଲ୍ୟରେ ପରିବର୍ତ୍ତନ ଏବଂ ବିଦେଶୀ ମୁଦ୍ରାସ୍ପିତୀରେ ଅସ୍ଥିରତା । ଜିଏସ୍ଟି ଲାଗୁ ହୋଇଥିବା ଯୋଗୁ ସବ୍ସିଡ଼ୀଯୁକ୍ତ ଘରୋଇ ଏଲ୍ପିଜି ଗ୍ୟାସ ଉପଭୋକ୍ତାଙ୍କ ଉପରେ ବାସ୍ତବିକ ପ୍ରଭାବ କେବଳ ସିଲିଣ୍ଡର ପିଛା ଟ୨.୧୫ ରହିବ । ମାର୍ଚ୍ଚ ୨୦୧୯ରେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ସବ୍ସିଡ଼ୀ ହସ୍ତାନ୍ତରଣକୁ ବୃଦ୍ଧି କରି ସିଲିଣ୍ଡର ପିଛା ଟ୨୨୩.୫୧ କରାଯାଇଛି, ଯାହା କି ଫେବୃୟାରୀ ୨୦୧୯ରେ ଏହା ସିଲିଣ୍ଡର ପିଛା ଟ୧୮୧.୬୬ ରହିଥିଲା । ତେଣୁ ଘରୋଇ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ଉପଭୋକ୍ତାମାନେ ଏଲ୍ପିଜି ଦର ବୃଦ୍ଧିରେ ସୁରକ୍ଷିତ ଅଛନ୍ତି ।
