ମଲ୍ ମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ଉପରେ ହେଉଛି ଅତ୍ୟାଚାର…
ଜୁନିୟର କର୍ମଚାରୀଙ୍କ ଉପରେ ସିନିୟର କର୍ମଚାରୀଙ୍କ ଜୁଲମ୍...
ଭୁବନେଶ୍ୱର, ନିରପେକ୍ଷ ଖବର:ରାଜଧାନୀରେ ଥିବା ମଲ୍ ମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ମଲ୍ ରେ କାମ କରୁଥିବା ମହିଳା କର୍ମଚାରୀଙ୍କର ଡିଉଟି ସରିବା ପରେ ମଧ୍ୟ ରାତିରେ କାମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ମଲ୍ ମାଲିକଙ୍କ ନିଜ ସ୍ଵାର୍ଥ ପାଇଁ ଜୁନିୟର କର୍ମଚାରୀଙ୍କ ଉପରେ ସିନିୟର କର୍ମଚାରୀଙ୍କ ଜୁଲମ୍ ବଢ଼ିବାରେ ଲାଗିଛି। ଫଳରେ ମହିଳା କର୍ମଚାରୀମାନେ ରାଜଧାନୀ ନିଜକୁ ସୁରକ୍ଷିତ ମନେ କରିପାରୁ ନାହାନ୍ତି। ରାଜଧାନୀ ଭୁବନେଶ୍ବରରେ କିଛି ଦିନ ହେବ ଏଭଳି ସଙ୍ଗିନୀ ପରିସ୍ଥିତି ଦେଖିବାକୁ ମିଳୁଛି।ଭୁବନେଶ୍ୱର ମହାନଗରରେ ଥିବା ନାମୀ ଦାମୀ ସପିଙ୍ଗ୍ ମଲ୍ ଗୁଡିକରେ କାମ କରୁଥିବା କର୍ମଚାରୀଙ୍କ ପ୍ରତି ଏହା ହେଉଛି ଘୋର ଅନ୍ୟାନ୍ୟ। ଏପରିକି କର୍ମଚାରୀମାନେ ମଲରେ ୮ ରୁ ୯ ଘଂଟା ଡିଉଟି କରିବା ପରେ ମଧ୍ୟ ତାଙ୍କ ସିନିୟର ମାନେ ରାତି ୧୨ଟା ପର୍ଯ୍ୟନ୍ତ ଫୋନ୍ ମାଧ୍ୟମରେ ତାଙ୍କୁ ଅଫିସିଆଲ କାମ କରିବାକୁ ବାଧ୍ୟ କରୁଛନ୍ତି। ରାତି ୧୧.୩୦ରେ ମଧ୍ୟ ସିନିୟର ମାନେ ଏସ୍ ଏମ୍ଏସ୍ କରି କହୁଛନ୍ତି ଯେ,ଆଜିର ରିପୋର୍ଟ ଦିଅ । ଜଣେ ମହିଳା ମଲ୍ ରେ ୮ ରୁ ୯ ଘଂଟା ଠିଆ ହୋଇ କାମ କରିବା ପରେ ମଧ୍ୟ ରାତିରେ ସେ ଘରେ ଠିକ୍ ଭାବେ ବିଶ୍ରାମ ନେଇପାରୁନାହିଁ। ଯାହା ଫଳରେ ଜଣେ ମହିଳା ନିଜ ପରିବାର ଲୋକଙ୍କୁ ସମୟ ଦେବା ସମ୍ଭବପର ହେଉନାହିଁ। ଯଦି କୌଣସି କାରଣରୁ ସିନିୟର କର୍ମଚାରୀଙ୍କ ଫୋନ୍ କିମ୍ବା ଏସ୍.ଏମ୍ଏସ୍ ର ଉତ୍ତର ନ ଦେଇପାରିଲେ, ରାତି ପାହିଲେ ସେହି ମହିଳାଙ୍କର ଚାକିରୀ ଚାଲିଯିବାର ଭୟ ମଧ୍ଯ ରହୁଛି। ସେଥିପାଇଁ ବାଧ୍ୟହୋଇ ରାତିରେ ସିନିୟର କର୍ମଚାରୀଙ୍କ କଥା ମାନିବାକୁ ସେମାନେ ବାଧ୍ୟ ହେଉଛନ୍ତି। କମିଶନରେଟ ପୁଲିସ ଏଦିଗରେ ଧ୍ୟାନ ଦେବାକୁ ମହିଳାମାନେ ଦାବି କରିଛନ୍ତି। ଆଗକୁ ଯଦି ଏହି ପରି ଘଟେ କର୍ମଚାରୀ ମାନେ ଆଇନ୍ ର ଆଶ୍ରାୟ ନେବେ ।