Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟନିର୍ବାହୀ ବୈଠକ

0

ଭୁବନେଶ୍ୱର- :: ୧୩/୦୨/୨୦୧୯ ସେବା କ୍ଷେତ୍ରରେ ରେଡ୍‌କ୍ରସ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ୱୀକୃତି ହାସଲ କରିଛି । ଭାରତୀୟ
ରେଡ୍‌କ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟ ବେଶ ପ୍ରଶଂସନୀୟ ଏବଂ ଓଡ଼ିଶାରେ ରେଡ୍‌କ୍ରସର  ସେବା କାର୍ଯ୍ୟକୁ ଆହୁରି ଗତିଶୀଳ, କ୍ରିୟାଶୀଳ ଓ ବ୍ୟାପକ କରିବାକୁ ରାଜ୍ୟପାଳ ତଥା ଭାରତୀୟ  ରେଡ୍‌କ୍ରସ, ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।
ଆଜି ରାଜଭବନର ଅଭିଷେକ କକ୍ଷରେ ଅନୁଷ୍ଠିତ ଭାରତୀୟ ରେଡ୍‌କ୍ରସ ସୋସାଇଟି, ଓଡ଼ିଶା  ରାଜ୍ୟ ଶାଖାର କାର୍ଯ୍ୟନିର୍ବାହୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ  ରେଡ୍‌କ୍ରସର ମହତ ଲକ୍ଷ୍ୟ ଓ ଉଦ୍ଦେଶ୍ୟର କାର୍ଯ୍ୟକାରିତା ପାଇଁ ବ୍ୟାପକ ପୃଷ୍ଠପୋଷକତା ଓ ସହଯୋଗ  ଏକାନ୍ତ ଆବଶ୍ୟକ ଏବଂ ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ସେବାର ପରିସର ଓ ପ୍ରକାରରେ ପରିବର୍ତ୍ତନ ଏକାନ୍ତ ଜରୁରୀ ।
ବୈଠକରେ ଓଡ଼ିଶାରେ ରେଡ୍‌କ୍ରସକୁ ସକି୍ରୟ ଓ ସଶକ୍ତ କରିବାକୁ ବିଭିନ୍ନ ପ୍ରସ୍ତାବ ଉପରେ  ଆଲୋଚନା କରାଯାଇଛି । ସଂପ୍ରତି ସର୍ବଭାରତୀୟ ସ୍ତରରେ ରେଡ୍‌କ୍ରସ ପାଇଁ ଏକକ କାର୍ଯ୍ୟଧାରା ଓ
କାର୍ଯ୍ୟ ପଦ୍ଧତି ଲକ୍ଷ୍ୟରେ ନୂତନ ରୁଲ୍‌ ପ୍ରଚଳନ କରିବା ସକାଶେ ରେଡ୍‌କ୍ରସ ସଂସ୍ଥାର ଜାତୀୟ ମୁଖ୍ୟ  କାର୍ଯ୍ୟାଳୟ ପଦକ୍ଷେପ ନେଇଛନ୍ତି । ଉକ୍ତ ଆଇନ ସଂସଦର ଅନୁମୋଦନ ଲାଭ କରିବା ପର୍ଯ୍ୟନ୍ତ ରାଜ୍ୟ  ଶାଖାର ପ୍ରଚଳିତ ରୁଲ ୧୯୯୦ ଅନୁସାରେ କାର୍ଯ୍ୟ ଜାରୀ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ  କରାଯାଇଛି । ରକ୍ତଭଣ୍ଡାରଗୁଡ଼ିକର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ପୂର୍ବରୁ ରେଡ୍‌କ୍ରସ ପରିଚାଳିତ ରକ୍ତଭଣ୍ଡାରଗୁଡ଼ିକର ପରିଚାଳନା ହାତକୁ ନେଇଛନ୍ତି । ତେବେ ଏହି ସବୁ ରକ୍ତଭଣ୍ଡାରଗୁଡ଼ିକରେ
ରେଡ୍‌କ୍ରସର ଲୋଗୋ ବା ଚିହ୍ନ ବ୍ୟବହାର ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି
ହୋଇଛି । ଏହି ବୈଠକରେ ରେଡ୍‌କ୍ରସ ଓଡ଼ିଶା ରାଜ୍ୟ ଶାଖାର ସଂପାଦକ କଳ୍ପନା ଦାସ ରେଡ୍‌କ୍ରସର କାର୍ଯ୍ୟ  ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଆଇନ ଉପଦେଷ୍ଟା ଚନ୍ଦନ ମହାନ୍ତି ପରିଚାଳନାଗତ ଆଇନ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ଶାଖା ଉପସଭାପତି ବଦି୍ରନାରାୟଣ ପାତ୍ର ବୈଠକରେ  ରେଡ୍‌କ୍ରସର କାର୍ଯ୍ୟକୁ ସୁସଂହତ କରିବାକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ରେଡ୍‌କ୍ରସ ରାଜ୍ୟ ଶାଖା ଉପସଭାନେତ୍ରୀ
ପ୍ରଫେସର ଆଶା ହଂସ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡି.କେ. ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ପଟ୍ଟନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍‌କ୍ରସ ଶାଖା ଅଧ୍ୟକ୍ଷ ଏବଂ ସଭ୍ୟସଭ୍ୟାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Mo sapath

Leave A Reply

Your email address will not be published.