ଭୁବନେଶ୍ଵର,ନିରପେକ୍ଷ ଖବର : ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି ।
ଟ୍ରେଣ୍ଡ୍ସ ଖୁସିର ପର୍ବ ଓ ପୂଜା ମାଇଁ ଲୁକ୍ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା
ବେଳେ ରାଉରକେଲାର ତନିସା ପତି ଦ୍ଵିତୀୟ ଏବଂ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି । ସେହିପରି ପୂଜା ସେଲିବ୍ରେସନ ରିଲ୍ସ । ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭିପ୍ସା ସାମଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ବାଳ ଦ୍ବିତୀୟ ଓ କଟକର ସନ୍ତୋଷ ବେହେରା ତୃତୀୟ ପୁରସ୍କାର ଜିତିଛନ୍ତି । ଏକ ବର୍ଷାଢ଼ୀ ଖୁସିର ପର୍ବ ଫିନାଲେ କାର୍ଯ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତିରେ ଖୁସିର ପର୍ବ ପ୍ରତିଯୋଗିତାର ସମସ୍ତ ଛଅ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଉତ୍ସାହିତ କରିବା ଲାଗି ଟ୍ରେଣ୍ଡ୍ ପପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଓ ଖୁସିର ପର୍ବ ପ୍ରତିଯୋଗିତା ଭଳି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ କିମ୍ବା ପୂଜା ଉତ୍ସବ ପାଳନର ଭିଡିଓ । ରିଲ୍କୁ ଟ୍ରେଣ୍ଡ୍ ସହିତ ସେୟାର କରିବା ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରାୟ ୧. ୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିବାର ସୁଯୋଗ ନେବା ପାଇଁ ଆହ୍ବାନ କରାଯାଇଥିଲା । ଏଥିପାଇଁ ଦିଆଯାଇଥିବା ଦ୍ଵାଟସ୍ଆପ୍ ନମ୍ବର ଓ ୱେବସାଇଟ୍ରେ
ହଜାର ହଜାର ଗ୍ରାହକ ସେମାନଙ୍କ ଆବେଦନ ଦାଖଲ କରିଥିଲେ । ଟ୍ରେଣ୍ଡ୍ସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପାଖରେ ପହଂଚିଛି ଓ ନିଜକୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି । ଟ୍ରେଣ୍ଡ୍ସ ଷ୍ଟାର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଏବଂ ସେଥିରେ ରହିଥିବା ଗୁଣାତ୍ମକ ମାନର ଫେସନ ସାମଗ୍ରୀ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି । ଗ୍ରାହକମାନେ ଟ୍ରେଣ୍ଟସ ଷ୍ଟୋର୍ରେ ଟ୍ରେଣ୍ଡି ଓମେନ୍ସ ଓୟାର, ମେନ୍ସ ଓୟାର, କିଡ୍ସ ଓୟାର ଓ ଫେସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ ।
