Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

0

ଭୁବନେଶ୍ୱର,ନିରପେକ୍ଷଖବର:ତା:୨୬/୦୧  ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ସକାଳ ୮ଟା ୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ୍ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରଥମ ଥର କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ, ସୂଚନା ଓ ଲୋକ ସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ମଂଚ ନିକଟକୁ ପାଛୋଟି ନେଇଥିଲେ । ଭାରପ୍ରାପ୍ତ ଡିସିପି (ଟ୍ରାଫିକ୍‌) ମିସ୍ ସାଗରିକା ନାଥ ପରେଡ୍ ପରିଚାଳନା କରିଥିଲେ । ପରେଡ୍ କ୍ୱାମିନାରା ଓ ଜୟହିନ୍ଦ ଧ୍ୱନି ଦେବା ପରେ ପରେଡ୍ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ପରେଡ୍‌ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦଳଗୁଡିକୁ ମାର୍ଚ୍ଚପାଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ପରେଡ୍ ପରିଚାଳନାରେ ଡେପୁଟୀ କମାଣ୍ଡାଣ୍ଟ ଏସ୍‌.ଓ.ଜି ଶ୍ରୀ ଅଜୟ କୁମାର ପାଢୀ, ଓ.ଏ.ପି.ଏସ୍‌. ଏସିପି.-୭ମ ବାଟାଲିୟନ୍ ଶ୍ରୀ ଭବାନୀ ପ୍ରସାଦ ଜେନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୩ୟ ଅଫିସର ଶ୍ରୀ ରଶ୍ମିରଂଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ୍ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଆକର୍ଷଣୀୟ ପରେଡ୍‌ରେ ୧୨୦ ଟି.ଏ. ବାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ବ୍ୟାଣ୍ଡ), ୧୨୦ ଟି.ଏ. ବାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ୟନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ, ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡିଆନ୍ ରିଜର୍ଭ/ସ୍ପେସିଆଲ୍ ରିଜର୍ଭ ପ୍ଲାଟୁନ ଓଡିଶା ରାଜ୍ୟ ପୋଲିସ୍‌, ଓ.ଏସ୍‌.ଏ.ପି. ପ୍ଲାଟୁୁନ୍ ଓଡିଶା ରାଜ୍ୟ ପୋଲିସ୍‌, ଏସ୍‌,ଏସ୍‌. ବାଟାଲିୟନ୍‌, ଏ.କେ.୪୭, ଭୁବନେଶ୍ୱର, ଏସ୍‌.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍‌ବ୍ରାଣ୍ଡ-୧, ଓ.ଏସ୍‌.ଏ.ପି. ୬ଷ୍ଠ ବାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ୍‌,

Wishes
Blank space

ଓ.ଆଇ.ଏସ୍‌.ଏଫ୍‌.ରାଜ୍ୟ ପୋଲିସ୍‌, ଓଡିଶା ରାଜ୍ୟ ପୋଲିସ୍‌, ଟ୍ରାଫିକ୍ ପୋଲିସ୍ ବାହିନୀ (ମହିଳା), କମିଶନରେଟ୍‌, ରାଜ୍ୟ ଅଗ୍ନିଶମ ସେବା, ଅଗ୍ନିଶମ ବ୍ୟାଣ୍ଡ, ଗୃହରକ୍ଷୀ(ପୁରୁଷ), ବେସାମରିକ ପ୍ରତିରକ୍ଷା(ମହିଳା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳକ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳିକା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ(ବାଳକ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ(ବାଳିକା), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳକ), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳିକା), ସୈନିକ ସ୍କୁଲ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ(ବାଳକ), ସୈନିକ ସ୍କୁଲ ବ୍ୟାଣ୍ଡ (ଅଣ ସମର ଶିକ୍ଷାର୍ଥୀ ବାହିନୀ, ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର(ବାଳକ), ଡିଏଭି ପବ୍ଲିକ୍ ସ୍କୁଲ, ପୋଖରୀପୁଟ(ବାଳକ ଓ ବାଳିକା), ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍‌-୮, ବି.ଜେ.ଇ.ଏମ୍‌. ସ୍କୁଲ-୧(ବାଳକ ଓ ବାଳିକା), ଭାରତ ସ୍କାଉଟ୍ ଓ ଗାଇଡ୍ ରେଞ୍ଜର (କଲେଜ ବାଳିକା), ଭାରତ ସ୍କାଉଟ୍ ଓ ଗାଇଡ୍ ରୋଭର (କଲେଜ ବାଳକ), ଭାରତ ସ୍କାଉଟ୍ ଓ ଗାଇଡ୍‌, କନିଷ୍ଠ ସ୍କାଉଟ (ବାଳକ), ଭାରତ ସ୍କାଉଟ୍ ଓ ଗାଇଡ୍ କନିଷ୍ଠ ଗାଇଡ (ବାଳିକା), ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ

Advertising:

ବିଦ୍ୟାଳୟ,ଚନ୍ଦ୍ରଶେଖରପୁର(ପାଇପ ବ୍ୟାଣ୍ଡ), ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର (ବେସାମରିକ), ସେଣ୍ଟ ଜାଭିୟର ବାଳିକା ହାଇସ୍କୁଲ, ଖଣ୍ଡଗିରି, ସେଣ୍ଟ ଜାଭିୟର ହାଇସ୍କୁଲ, ଖଣ୍ଡଗିରି(ବାଳକ), ସେଣ୍ଟ ଜନ ଆମ୍ବୁଲାନ୍ସ , ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡି.ଏମ୍‌.ସ୍କୁଲ, ଆଂଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ), ମଦର୍ସ ପବ୍ଲିକ୍ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର(ବାଳକ), ମଡର୍ଣ୍ଣ ପବ୍ଲିକ୍ ସ୍କୁଲ, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସ୍ ବ୍ୟାଣ୍ଡ-୨, ଓ.ଏସ୍‌.ଏ.ପି ୭ମ ବାଟାଲିୟନ, ଭୁବନେଶ୍ୱର, ସାଇ ଅନ୍ତର୍ଜାତୀୟ ସ୍କୁଲ, ଚନ୍ଦକା ଶିଳ୍ପାଂଚଳ, କନିଷ୍ଠ ରେଡ୍‌କ୍ରସ(ବାଳିକା), ଓ.ଡି.ଏମ୍‌. ପବ୍ଲିକ୍ ସ୍କୁଲ, ପଟିଆ, ବିକାଶ ରେସିଡେନ୍ସିଆଲ ସ୍କୁଲ, ଭୁବନେଶ୍ୱର ମଡେଲ ପବ୍ଲିକ୍ ସ୍କୁଲ, ମହର୍ଷି ଡେୟାର ଡେଭିଲ୍ ଟିମ୍‌(ବାଳକ ଓ ବାଳିକା), ଓଡିଶା ରୋଲର ସ୍କେଟିଂ ଆସୋସିଏସନ୍ ଯୋଗଦେଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ମୁଖ୍ୟ ଅତିଥି ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ । ପରେ ପରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍‌୍‌ସ ଏକାଡେମୀ ଖୋର୍ଦ୍ଧା ତରଫରୁ ‘ଗୋଟିପୁଅ ନୃତ୍ୟ’, ମା’ ସମଲେଶ୍ୱରୀ କଳାବିକାଶ କେନ୍ଦ୍ର, ଗଂଜାମ ଦ୍ୱାରା ‘ଯୋଡି ଶଙ୍ଖ ଓ ରଣପା ନୃତ୍ୟ’, ସଂଗୀତ ସମିତି ପଦମ୍‌ପୁର (ବରଗଡ) ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବଣ୍ଡା ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ପରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ପକ୍ଷରୁ ସୁଦୃଶ୍ୟ ପ୍ରଜ୍ଞାପନ ମେଢମାନ ପ୍ରଦର୍ଶିତ ହୋଇ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ।

Mo sapath

Leave A Reply

Your email address will not be published.