ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୫/୧୨ ଭୁବନେଶ୍ବର ସ୍ଥିତ ଦି ଓଡ଼ିଶା ଆସୋସିଏସନ ଫର ଦି
ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକୁ ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତି ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ତଥା ରାଜ୍ୟ ଭିନ୍ନକ୍ଷମ କମିଶନର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ କସ୍ତୁରୀ ମହାପାତ୍ର ଏବଂ ଦକ୍ଷତା ବିକାଶ ପ୍ରାର୍ଧରଣର ଅଧିକାରୀ ଯୋଗଦାନ କରି ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ଶ୍ରୀମତୀ ଦିପ୍ତି ଦାଶ, ଶ୍ରୀମତୀ ସାବିତ୍ରୀ ସାମନ୍ତରାୟ ଏବଂ ଶ୍ରୀ ସୁଶିଲ୍ କୁମାର ରାୟ, ରେଜିଷ୍କାର, ଓଡ଼ିଶା ରାଜ୍ୟ ମହିଳା କମିଶନ ପ୍ରଭୃତି ବିଶେଷ ପର୍ସନ ଭାବେ ଯୋଗଦାନ କରିଥିଲେ । ଶେଷରେ ରାଜ୍ୟ ମହିଳା କମିଶନର ଆବାହକ ସଚିବ ଶ୍ରୀ
ଏନ୍.ସି. ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାର ଓ କଲ୍ୟାଣ ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ଏହି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ଯୋଗଦାନ କରି ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବାପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ଓ ସେମାନେ କିପରି ସମ୍ମାନର ସହ ବଞ୍ଚିବେ ସେ ଦିଗରେ ଆଲୋକପାତ କରିଥିଲେ ।
