Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ସୋଆ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

0

* ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଦରକାର
* ପରିଶ୍ରମ ମାଧ୍ୟମରେ ଦେଶର ଉନ୍ନତି କାମରେ ଲାଗିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

Blank space

ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ଆଜି ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ
ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପ୍ରାକୃତିକ ଖଣିଜ ସମ୍ବଳରେ ଭରପୁର । ଅପାର ସମ୍ଭାବନାର ରାଜ୍ୟ ଓଡିଶା ଗୋଟିଏ ସମୟରେ ଅର୍ଥନୈତିକ କାରବାରର ପେଣ୍ଠସ୍ଥଳୀ ଥିଲା । କିନ୍ତୁ ବର୍ତମାନ ସେପରି ପରିସ୍ଥିତି ନାହିଁ । ପ୍ରକୃତରେ ନୂଆ ଯୁଗର ସମସ୍ୟା ପାଇଁ ସମାଧାନର ନୂଆ ଉପାୟ ଦରକାର । ସେହି ନୂଆ ରାସ୍ତା କେବଳ ନୂଆପିଢିର ଯୁବକମାନେ ଦେଇପାରିବେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ।ଓଡିଶାର ନାଗରିକ ଭାବରେ ଆମମାନଙ୍କୁ ଚିନ୍ତା କରିବା ଉଚିତ ଯେ ଆମର ସବୁଠାରୁ ବଡ ସାମର୍ଥ୍ୟ କଣ? ତା’ ହେଲେ ଯାଇ ଆଧୁନିକ ଓଡିଶାର କାହାଣୀ ଆଧୁନିକ ଭାରତର କାହାଣୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ପରିଶ୍ରମ କରିବା ସହ ଦେଶର ଉନ୍ନତି କରିବା କାମରେ ଲାଗିବା
ନେଇ ପରାମର୍ଶ ଦେଇଥିଲେ । ଏହି ସମାବର୍ତନ ଉତ୍ସବ ପାଇଁ ସେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ତଥା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ସହ ଜଡିତ ଅଧ୍ୟାପକ ଏବଂ ଅଧ୍ୟାପିକାବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉଲ୍ଲେଖନୀୟ ଯେ, ସୋଆ ବିଶ୍ୱବିଦ୍ୟାଳୟର ଏହି ଷଷ୍ଠ ସମାବର୍ତନ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ବ୍ୟତିତ ଅନ୍ୟାନ୍ୟଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୁଖ
ଯୋଗଦେଇଥିଲେ ।

Mo sapath

Leave A Reply

Your email address will not be published.