Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ନଗଡ଼ା’ରେ ଆଟ୍ ଅଫ୍ ଗିଭିଂ….

ଏନ୍.ଆର୍.ଆଇ୍ ସତ୍ୟଙ୍କ ଦ୍ବାରା ଉଦ୍‌ଘାଟନ ହେଲା ‘ଆମ ଗାଁ ବ୍ୟାଙ୍କ ସମିତି’

0

ଭୁବନେଶ୍ବର,ନିରପେକ୍ଷ ଖବର: ୨୫/୦୭/୧୯ : ଅପପୃଷ୍ଟି ଓ ଅପହଞ୍ଚ ପାହାଡ଼ ପର୍ବତ ଘେରା ଯାଜପୁର ଜିଲ୍ଲା ନଗଡ଼ା’ ଗ୍ରାମ‌ରେ ଅନୁଷ୍ଠିତ ହୋଇ ଯାଇଛି ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ।ଯେଉଁଥିରେ ଓଡ଼ିଆ ଯୁବକ ଏନ୍.ଆର୍.ଆଇ୍ ସତ୍ୟ ସାବତ ସହାୟତାର ହାତ ବଢ଼ାଇ ନଗଡ଼ା ବାସିଙ୍କୁ ନୂଆ ପୋଷାକ, ପାଠ୍ୟ ଉପକରଣ, ନିତିଦିନିଆଁ ବ୍ୟବହାର ସାମଗ୍ରୀ ଓ ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ। କେନ୍ଦୁଝର ଆନ୍ଦପୁର ଫକିରପୁର ଗ୍ରାମ ବାସିନ୍ଦା ସତ୍ୟ ଏବେ ସିଙ୍ଗାପୁର ଏଫ୍.ଇ.ଏମ୍.ଏନ୍.ସି କମ୍ପାନି ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି। ସତ୍ୟ ଏକ ଅଭିନବ ଉପୟ ଚିନ୍ତାକରି ନଗଡ଼ାବାସୀଙ୍କ ଆର୍ଥୀକ ଅସୁବିଧା ଦୂର କରିବା ପାଇଁ ‘ଆମ ଗାଁ ବ୍ୟାଙ୍କ ସମିତି’ର ଶୁଭାରମ୍ଭ କରିଛନ୍ତି। ଏହି ବ୍ୟାଙ୍କ ଉପର ନଗଡ଼ାରେ ହୋଇଥିବା ବେଳେ ଏଥିରେ ତଳ ନଗଡ଼ା ଓ ମଝି ନଗଡ଼ାର ମହିଳା ସମିତି ସଭ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ୧୦ରୁ ଅଧିକ ମିହଳାଙ୍କୁ ନେଇ ଗଠିତ ଏହି ସମିତିକୁ ସତ୍ୟ ୧ଲକ୍ଷ ଟଙ୍କା ଦାନକରିଛନ୍ତି। ଯେଉଁ ଟଙ୍କାର ସଦୁପଯୋଗ କରିବେ ସମିତି ସଭ୍ୟମାନେ। ନଗଡ଼ା ବାସିଙ୍କ ଚାଷ କାର୍ଯ୍ୟ, ଅତ୍ୟାବଶ୍ୟକ ଜିନିଷ କିମ୍ବା ଝିଅ ବାହାଘର ପାଇଁ ଏଥିରୁ ଲୋନ୍ ନେଇ‌ ହେବ। ଯାହାକୁ ୩ ମାସ ପରେ ବିନା ସୁଧରେ କିସ୍ତିକରି ଟଙ୍କା ପଇଠ କରିଦେବାପରେ ଗ୍ରାମବାସୀମାନେ ପୁଣିଧରେ ଲୋନ୍ ନେଇ ପାରିବେ। ଏପରି ହେବା ଦ୍ବାରା ଅର୍ଥ ଆବଶ୍ୟକ ବେଳେ ନଗଡ଼ାବାସୀମାନେ ଆଉ କାହାଉପରେ ନିର୍ଭର କରିବେ ନାହିଁ। ସେମାନେ ନିଜ ସମିତିରୁ ଟଙ୍କା ଆଣି ଧିରେ ଧିରେ ସମିତିକୁ ଟଙ୍କା ଫେରସ୍ତ କରିପାରିବେ ବୋଲି ଅନୁଷ୍ଠିତ ସଭାରେ ଶପଥ ନେଇଥିଲେ। ଏପରି ହେବା ଫଳରେ ଅପହଞ୍ଚ ନଗଡ଼ାରେ ଅନ୍ୟ କିଛି ବଦାନ ବ୍ୟକ୍ତିଙ୍କ ସହାୟତା ମିଳିବା ଆରମ୍ଭ ହେବ ବୋଲି ସତ୍ୟ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକୁ ‘କଳିଙ୍ଗ ସିନେ ଆର୍ଟସ୍’ର ସଂପାଦକ ବିଦ୍ୟାଧର ବାରିକ ଓ ଯୋଗେନ୍ଦ୍ରନାଥ ଭୋଇ ଓ ଯାଜପୁର ସଂଗଠନ ସେବକ ସଭ୍ୟମାନେ ପରିଚାଳନା କରିଥିବା ବେଳେ ନଗଡ଼ାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରିଛନ୍ତି ନର୍ଦେଶକ ଶାନ୍ତନୁ କୁମାର ସିଆ। ଗତ ୩ବର୍ଷ ମଧ୍ୟରେ ସରକାରୀ ଓ ବେସରକାରୀ ସଂସ୍ଥାର ସହଯୋଗରେ ଧିରେ ଧିରେ ନଗଡ଼ା ବାସିଙ୍କ ଅବସ୍ଥା ବଦଳୁଛି। ସେମାନେ ଶିକ୍ଷାଠାରୁ ବହୁତ ଦୂରରେ ଥିବାରୁ ଭଲମନ୍ଦ ଉଚିତ୍ ଅନୁଚିତ୍ ନେଇ ସଠିକ୍ ମାର୍ଗଦର୍ଶନ କରିପାରୁ ନାହାଁନ୍ତି। ଯାହାନେଇ ସବୁବେଳେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏପରି ନୂଆ ନୂଆ କାର୍ଯ୍ୟକ୍ରମ ହତକୁ ‌ନିଆଗଲେ ନଗଡ଼ାବାସୀ ସମାଜର ମୁଖ୍ୟସ୍ବତରେ ସାମିଲ ହୋଇପାରିବେ ବୋଲି ଆଶାରଖିଛନ୍ତି ଆୟାଜନ ସଂସ୍ଥା।

Mo sapath

Leave A Reply

Your email address will not be published.