ଭୁବନେଶ୍ବର: (ନିରପେକ୍ଷ ଖବର) ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ୨୯ ତମ ସିନିୟର୍ ଚମ୍ପିୟାନସିପରେ ପରାଜୟ ସହ ୫ ଥର ପାଇଁ ରନର୍ସଅଫ୍ ହୋଇଛି ଓଡିଶା l ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚର ଶକ୍ତିଶାଳୀ ଉତ୍ତରପ୍ରଦେଶ ଠାରୁ ୭ ଓ୍ବିକେଟ୍ ରେ ପରାସ୍ତ ହୋଇ ଓଡ଼ିଶା ରନର୍ସଅଫ୍ ହେବା ସହ ରୈାପ୍ୟ ପଦକ ହାସଲ କରିଛି l ପୂର୍ବ ମ୍ୟାଚ୍ ଗୁଡିକରେ ଖେଳାଳୀ ମାନେ ଯେଉଁ ଜୋସରେ ପଡିଆକୁ ଓହ୍ଲାଇଥିଲେ ଆଜି ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା l
ଆଜି ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନକୁ ୫ ଓ୍ବିକେଟ୍ ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଓଡ଼ିଶା l ସେହିପରି ଫାଇନାଲ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଉତ୍ତରପ୍ରଦେଶ ଦଳ ଠାରୁ ୭ ଓ୍ବିକେଡରେ ପରାସ୍ତ ହୋଇଥିଲା l ଓଡ଼ିଶାର ଅଧିନାୟକ ପ୍ରକାଶ ସାହୁ ସେମିଫାଇନାଲରେ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ l ଏହି ସଫଳତା ପାଇଁ ଓଡ଼ିଶା ଦଳରେ ସାମିଲ ଥିବା ଖେଳାଳି ଏବଂ ମ୍ୟାନେଜର ଓ କୋଚ ଚକ୍ରଧର ମାଝୀଙ୍କୁ ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନ୍ ର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା ଓ ସଞ୍ଜୟ ବିଶୋଇ ସମେତ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି l ଓଡ଼ିଆ ଦଳ ମଙ୍ଗଳବାର ଦିନ ଟ୍ରେନ୍ ଯୋଗେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବ l ବୁଧବାର ଦିନ ସମସ୍ତ କର୍ମକର୍ତ୍ତାଙ୍କ ପକ୍ଷରୁ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା ଦିଆଯିବା ବୋଲି ଓଡ଼ିଶା ଟେନିସ ବଲ କ୍ରିକେଟ ସଂଘର ସଂପାଦକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ….
