ନିରପେକ୍ଷ ଖବର:୨୫/୦୪/୨୦୧୯:ପୁଣି ଥରେ ଏସୀୟ ଆଥଲେଟିକରେ ଚମକିଛନ୍ତି ଓଡିଆ ଦୂତୀ ଚାନ୍ଦ । ଦୋହାରେ ଚାଲିଥିବା ଏସୀୟ ଆଥଲେଟିକ ଚାମ୍ପିଅନସିପରେ ୨୦୦ ମିଟରରେ ଦୂତୀଙ୍କୁ ମିଳିଛି କାଂସ୍ୟ ପଦକ । ୨୦୦ ମିଟର ଅତିକ୍ରମ କରିବାକୁ ସେ ନେଇଥିଲେ ୨୩.୨୪ ସେକେଣ୍ଡ ସମୟ । ପୂର୍ବରୁ ୧୦୦ ମିଟର ଦୌଡରେ ଦୂତୀଙ୍କୁ ସଫଳତା ମିଳିପାରିନଥିଲା ।କିନ୍ତୁ ଏଥର ୨୦୦ ମିଟର ଦୌଡରେ ରାଜ୍ୟ ପାଇଁ ଗର୍ବ ଆଣିବାରେ ସଫଳ ହୋଇଛନ୍ତି ଦୂତୀ । ୨୦୦ ମିଟର ସଫଳତା ପରେ ଦୂତୀ କହିଛନ୍ତି ଏହି ପ୍ରଦର୍ଶନରେ ମୁଁ ଖୁସି, ଏହା ମୋ ପାଇଁ ବଡ ଗେମ ଥିଲା । କୌଣସି ପ୍ରକାରେ ୨୦୦ ମିଟରରେ ମେଡାଲ ଜିତିବାର ଥିଲା । ଏଥିରେ ସଫଳ ହୋଇଛନ୍ତି ଦୂତୀ ।
