ଭୁବନେଶ୍ୱର, ନିରପେକ୍ଷ ଖବର:୨୧/୧୦/୧୯ ଓଡ଼ିଶାର ରଣଜୀ ଖେଳାଳି ନଟରାଜ ବେହେରା ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି । ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩୦୩୧ ରନ୍ କରିଛନ୍ତି ।କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ପରେ ନଟରାଜ ଗଣମାଧ୍ୟମକୁ କହିଛନ୍ତି ମୋ ଅବସର ପରେ ଆଗାମୀ ଯୁବପୀଢ଼ିଙ୍କୁ ସୁଯୋଗ ମିଳିବ । ସେଥିପାଇଁ ମୁଁ ଅବସର ନେଇଛି ।
