ଭୁବନେଶ୍ୱର,ନିରପେକ୍ଷ ଖବର : ତା-୨୧/୦୨ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ’ ଓ କର ଫାଉଣ୍ଡେସନ ସହଯୋଗରେ ଫେବୃୟାରୀ ୨୩ ତାରିଖ ରବିବାର ଦିନ ସ୍ଥାନୀୟ ୟନିଟ-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ‘ସେଲିବ୍ରେଟି ଚାରିଟି ଟେନିସ୍ ବଲ୍ କ୍ରିକେଟ’ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘବର୍ଷ ଧରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗରିବ, ଅସହାୟ ବ୍ୟକ୍ତିର ଶିକ୍ଷା, ସ୍ୱାସ୍ଥ୍ୟ, ଉମ ପରିବେଶ ସହ ବୃକ୍ଷରୋପଣ, ରକ୍ତଦାନ ପ୍ରଭୃତି ସାମାଜିକ କାର୍ଯ୍ୟରେ ନିଜକୁ ଏହି ଅନୁଷ୍ଠାନ ନିୟୋଜିତ କରିଛି । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି ପାଇଁ ଏହି ଚାରିଟି ଟେନିସ୍ ବଲ୍ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ଯଥା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ ଲେଖାଥିବା ଟି-ସାର୍ଟି ପିନ୍ଧି କ୍ରିକେଟ ଖେଳିବେ । ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକର ମାନ୍ୟବର ବିଧାୟକ ମହମ୍ମଦ ମୋକିମ, ସୁକିନ୍ଦାର ମାନ୍ୟବର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମାଜସେବୀ ରୁଦ୍ର ସାମନ୍ତରାୟ, ପୂର୍ବତନ ଖଦୀବୋର୍ଡ଼ ସଭାପତି ତେଜେଶ୍ୱର ପରିଡ଼ା, ସିନେ ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କର ପ୍ରମୁଖ ଯୋଗଦାନ କରିବା ନିମନ୍ତେ ସଦୟ ସ୍ୱିକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ଅଭିନେତା, ଅଭିନେତ୍ରୀ, ବିଶିଷ୍ଟ ସମାଜସେବୀବୃନ୍ଦ, ବରିଷ୍ଠ ସାମ୍ବାଦିକବୃନ୍ଦ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହତ୍ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ୟୁଥ୍ ଫର ଭଲ୍ୟୁାରୀର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ନିବେଦନ କରିଛନ୍ତି ।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ