ମହାରାଷ୍ଟ୍ରର ନାଗପୁର ଠାରେ ଚଳିତ ମାସ ୨୮ତାରିଖରୁ ହେବାକୁ ଯାଉଥିବା ୩୨ତମ ସବ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ଜଣିଆ ଦଳ ରବିବାର ସନ୍ଧ୍ୟା ୮ଟା ସମୟରେ ପୁରୀ ସୁରତ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି l ଏହି ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟ ଅଂଶ ଗ୍ରହଣ କରୁଛନ୍ତି l ୧୦ଦିନର ପ୍ରଶିକ୍ଷଣ ଶିବିର ପରେ ଓଡ଼ିଶା ଦଳ ଘୋଷଣା କରାଯାଇଥିଲା l ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଲ୍ କୁମାର ପଣ୍ତା, ଉପସମ୍ଫାଦକ ସୋମନାଥ ପରିଡ଼ା ଏବଂ ଓଡ଼ିଶା କୋଚ୍ ଚ଼କ୍ରଧର ମାଝି ଓଡ଼ିଶା ଦଳର ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ l ଓଡ଼ିଶା ଦଳ ନିଶ୍ଚିତ ଭାବେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି

ଓଡ଼ିଶା ଦଳ – ରାହୁଲ ମୁଖୀ, ସମ୍ବିତ କୁମାର ସାମଲ, ଦ୍ରୁତ ସାହୁ ( ଅଧିନାୟକ ), ଶ୍ରୀମନ୍ତ ସାହୁ, ତୁଷାର ମହାକୁଡ, ଏମ୍ ଶତିସ କୁମାର ରାଓ (ଉପ ଅଧିନାୟକ), କୁମାର ହଂସରାଜ, ସତ୍ଯ ଶୁଭମ ସାହୁ, ଦୀପକ ଦାସ , ଏମ୍ ରାଧାଶ୍ୟାମ ପାତ୍ର, ଅଭିଷେକ ପଟନାୟକ, ପ୍ରିୟଦର୍ଶନ ପାତ୍ର, ଏସ୍ ପ୍ରିୟାଶୁ, ଦିବ୍ୟପ୍ରକାଶ ସାହୁ, ଶ୍ରବଣ କୁମାର ଦିଗାଲ l ରଞ୍ଜନ କୁମାର ନାୟକ (ମ୍ୟାନେଜର)
