ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ୫୦ଟି କମ୍ପାନୀ ବୁଜାମଣା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୩୧ଟି କାରଖାନାରୁ ପୂର୍ଣ୍ଣ ବା ଆଂଶିକ ଉତ୍ପାଦନ ଆରମ୍ଭ ହୋଇଛି । ଆର୍ସେଲର ମିତ୍ତଲ କମ୍ପାନୀ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରୁ ଓହରି ଯାଇଛି ଏବଂ ୧୮ ଶିଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ ।
ବିଧାନସଭାର ବିଭାଗୀୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧୧ଟି କମ୍ପାନୀ ଜମି ଅଧିଗ୍ରହଣସ୍ତରରେ ଅଟକି ରହିଛି । ଏହା ମଧ୍ୟରେ ରହିଛି ଆଥା ମାଇନ୍ସ, ଟେକଟନ୍ ଇସ୍ପାତ, ପ୍ରଧାନ ଷ୍ଟିଲ୍ ଏଣ୍ଡ ପାୱାର, ଏସ୍ଏସ୍ଏଲ୍ ଏନର୍ଜି, ଉତ୍ତମ ଗାଲ୍ଭା ଷ୍ଟିଲ, ୱେଲସପନ୍ ପାୱାର ଏଣ୍ଡ ଷ୍ଟିଲ୍, କୋଣାର୍କ ଇସ୍ପାତ, ପୋସ୍କୋ ଇଣ୍ଡିଆ, ମହାରାଷ୍ଟ୍ର ସିମ୍ଲେସ୍ ଓ ଷ୍ଟେରଲାଇଟ୍ ଆଇରନ୍ ଏଣ୍ଡ ଷ୍ଟିଲ୍ । ଦେଓ ମାଇନ୍ସ ଓ ମିନେରାଲସ୍ର ବୁଝାମଣାପତ୍ର ପତ୍ର ପ୍ରସଙ୍ଗ ଅଦାଲତର ବିଚାରଧୀନ ରହିଥିବାବେଳେ ଟାଟା ଷ୍ଟିଲ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ ଅଗ୍ରସର ହୋଇଛି । ସେହିପରି ଏସାର ଷ୍ଟିଲ୍, ରୁଙ୍ଗଟା ମାଇନ୍ସ, ବ୍ରାଣ୍ଡ ଆଏଲଜ୍, ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଓ ଆମ୍ଟେକ୍ ମେଟାଲ୍ ଏଣ୍ଡ ମାଇନିଂ କାର୍ଯ୍ୟକ୍ଷମ ହେବାସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଅନୁଗୋଳପ୍ରକଳ୍ପ), ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ ଷ୍ଟିଲ୍, ନରଭରମ୍ ପାୱାର ଏଣ୍ଡ ଷ୍ଟିଲ୍, ଜେଏସ୍ଏଲ୍ ଲିଃ, ଏମ୍ଏଏଲ୍ ଇଣ୍ଡଷ୍ଟ୍ରିଜ୍, ଭିସା ଷ୍ଟିଲ୍, ଆକ୍ସନ ଇସ୍ପାତ, ଇଷ୍ଟର୍ଣ୍ଣ ଷ୍ଟିଲ୍, ଜୈନ ଷ୍ଟିଲ୍, ଏମ୍ଏସ୍ପି ମେଟାଲିକ୍ସ, ଏସ୍ଏମ୍ସି ପାୱାର, ରଏସ୍ପିଏସ୍ ଷ୍ଟିଲ୍, ବିକେ ଷ୍ଟିଲ୍ ଏଣ୍ଡ ପାୱାର, ବ୍ରାଣ୍ଡ ଆଲେଏଜ୍, କ୍ରାକର୍ସ ଇଣ୍ଡିଆ, ଦୀପକ ଷ୍ଟିଲ୍, ଓଡ଼ିଶା ସ୍ପଞ୍ଜ ଆଇରନ୍, ପଟ୍ଟନାୟକ ଷ୍ଟିଲ୍, ଶ୍ରୀ ମେଟାଲିକ୍ସ, ଆର୍ଯ୍ୟନ ଇସ୍ପାତ, ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ (ସମ୍ବଲପୁର), ରାଠୀ ଷ୍ଟିଲ୍, ଶ୍ୟାମ ମେଟାଲିକ୍ସ, ବିରାଜ ଷ୍ଟିଲ୍, ଆଧୁନିକ ମେଟାଲିକ୍ସ, ଜୟ ବାଲାଜୀ ଜ୍ୟୋତି ଷ୍ଟିଲ୍, ଓଏସ୍ଏଲ୍ ଆଇରନ୍ ଏଣ୍ଡ ଷ୍ଟିଲ୍, ସୁରେନ୍ଦ୍ର ମାଇନିଂ ଆଂଶିକ ଉତ୍ପାଦନ ଆରମ୍ଭ କରିଥିବା ଜଣାପଡ଼ିଛି ।
