ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍…
ଛାତିରେ ଯନ୍ତ୍ରଣା କାରଣରୁ ସୁଷମା ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ....
ଦିଲ୍ଲୀ,ନିରପେକ୍ଷ ଖବର:ତା:୦୬/୦୮/୧୯ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ୬୭ ବର୍ଷ ବୟସରେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ।ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା ।ଏହାର୍ପୂବରୁ ସୁଷମା ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ବୋଲି ସୁଷମା ଟ୍ୱିଟରେ ଲେଖିଥିଲେ । ମାତ୍ର ୪ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ସୁଷମା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।