ଭୁବନେଶ୍ୱର: ନିରପେକ୍ଷ ଖବର :ତା୧୬.୦୨.୨୦୧୯: ଟାକ୍ସବାର ଆସୋସିଏସନ ଆନୁକୂଲ୍ୟରେ ଆଜି କାଶ୍ମୀର୍ର ପୁଲ୍ୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନ୍ ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆସୋସିଏସନ ହଲ୍ ରେ ଅନୁୁୁଷ୍ଠିତ ହୋଇଯାଇଛି ଏହି ସଭାରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସି.ଆର.ପି.ଏଫ୍ ର ବୀର ଯବାନ୍ ମାନଙ୍କ ପ୍ରତି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ଦେଶବାସୀ ଏକଜୁଟ୍ ହୋଇ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଦୃଢ ବିରୋଧ କରିବାକୁ ମତବ୍ୟକ୍ତ କରିଥିଲେ ବରିଷ୍ଠ ଆଇନ୍ଜୀବି ବିମଳାନନ୍ଦନ ମହାପାତ୍ର । ଦେଶର ଅଖଣ୍ଡତା ଓ ସାର୍ବଭୈାମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କୈାଣସି ଶକ୍ତିକୁ ବରଦାସ୍ତ କରାଯିବ ନାହିଁଁ ଏବଂ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ଏଭଳି ଘୃଣ୍ୟ କାମ କରୁଥିବା ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ କଡା ଜବାବ ଦେବାକୁ ସଭାରେ ମତ ପ୍ରକାଶ ପାଇଥିଲା। ଆତଙ୍କବାଦର ଭାଷା ବୁଝୁଥିବା ଓ କହୁଥିବା ଦେଶକୁ ତାହାରି ଭାଷାରେ ବୁଝେଇବାର ସମୟ ଉପନୀତ ହୋଇଛି ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ପ୍ରତ୍ୟେକ ସୁରକ୍ଷା କର୍ମୀଙ୍କ ସହିତ ଏକଜୁଟ୍ ହୋଇ ଠିଆ ହୋଇଛୁ ବୋଲି ମତ ପ୍ରକାଶ କରିଥିଲେ ସଭାରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ । ଏହି ସଭାରେ ସଭାପତି ଦେବବ୍ରତ ଜେନା , ଉପସଭାପତି ପ୍ରଶାନ୍ତ ଶତପଥି , ସମ୍ପାଦକ ନୀଳକଣ୍ଠ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ଶେଷରେ ସହିଦ୍ ଯବାନ୍ ମାନଙ୍କ ଉଦ୍ଦେଷ୍ୟରେ ଦୀପ ଦାନ କରାଯାଇଥିଲା ।
