Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

0

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା ବିଶ୍ୱରେ ବିବାଦ, ଚରମବାଦ ଏବଂ ଆତଙ୍କବାଦ ସୃଷ୍ଟି ହେବାର ପ୍ରମୁଖ କାରଣ ବୋଲି ଏକ ଅଧ୍ୟୟନ ପରେ ସତର୍କ କରାଯାଇଛି । ବିଶ୍ୱସ୍ତରର ବୈଜ୍ଞାନିକ, ନୀତି ଅଧ୍ୟୟନକାରୀ, ଅର୍ଥନୈତିକ ଏବଂ ସାମରିକ ସଙ୍କଟ ବିଶେଷଜ୍ଞମାନଙ୍କୁ ନେଇ ଏକ ପ୍ରତିନିଧି ଦଳ “କ୍ଲାଇମେଟ୍ ଚେଞ୍ଜ, ଏ ରିସ୍କ ଆସେସ୍ମେଣ୍ଟ” ଶୀର୍ଷକରେ ଉତ୍ତପ୍ତ ବିଶ୍ୱରେ ମାନବ ଜାତିର ଭବିଷ୍ୟତର ଏକ ଗମ୍ଭୀର ଚିତ୍ର ପ୍ରକାଶ କରିଛନ୍ତି । ୧୧ଟି ଦେଶ ୪୦ ବିଶେଷଜ୍ଞଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ଜଳସୀମା ହ୍ରାସ ପାଇବା ଯୋଗୁଁ ଉର୍ବର ଜମି କମିବାରେ ଲାଗିଛି । ପରିଣାମ ସ୍ୱରୂପ ମଣିଷ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହୁଛି । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରେ ବିଭିନ୍ନ ସମୟରେ ଲାଗି ରହୁଥିବା ହିଂସାକାଣ୍ଡକୁ ନେଇ ବିଶେଷଜ୍ଞମାନେ ଏହି ମତାମତ ଦେଇଛନ୍ତି । ଜଳାଭାବ ଏବଂ ଉର୍ବର ଜମିର ଅଭାବ ଚରମବାଦ ଏବଂ ଆତଙ୍କବାଦ ଭଳି ତତ୍ତ୍ୱକୁ ଜନ୍ମ ଦେଇଛି । ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ । ସେହିପରି ଜୀବନ ଜୀବିକା ଲାଗି ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଏବେ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଜଳାଭାବ, ଖାଦ୍ୟାଭାବ, ବିବାଦ ଯୋଗୁଁ ଲୋକେ ଦେଶାନ୍ତର ଗମନ କରିବା ସହିତ ଶରଣାର୍ଥୀ ଭାବେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି ।

Mo sapath

Leave A Reply

Your email address will not be published.