Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ମାର୍ଚ୍ଚ ୪ରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ..

* ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀଙ୍କ ସହ ବିଭିନ୍ନ ତୈଳ ବିତରଣ କମ୍ପାନୀ ବୁଝାମଣା ପତ୍ର (ଏମ୍‍ଓୟୁ) ସ୍ୱାକ୍ଷର.. * ୪ ମାର୍ଚ୍ଚ, ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ୍ ହେବ ଉଦ୍‍ଘାଟନ... *କର୍ପୋରେଟ୍‍ ସେବା କେନ୍ଦ୍ର ମାଧ୍ୟମରେ ଏଲ୍‍ପିଜ ଉପଲବ୍ଧ ହେବ....

0

ଭୁବନେଶ୍ୱର ନିରପେକ୍ଷ ଖବର:  ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ମାର୍ଚ୍ଚ ୪ ତାରିଖରେ ଗ୍ରାମୀଣ  ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଆୟୋଜନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ ଉଦ୍‍ଘାଟନ ହେବ। ୧.‘ଏନ୍‍ଏଫ୍‍ଏଚ୍‍ଏସ୍‍-୪’ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସାନିଟାରୀ ନାପ୍‍କିନ୍‍ର ମୋଟ ବ୍ୟବହାର ୩୩.୫ ପ୍ରତିଶତ । ୧୫ରୁ ୨୪ ବର୍ଷ ବୟସ ମଧ୍ୟରେ ମାତ୍ର ୪୨.୮% ମହିଳା ସେମାନଙ୍କର ମାସିକ ଋତୁସ୍ରାବ ସମୟରେ ସୁରକ୍ଷା ପାଇଁ ଉପାୟ ଅବଲମ୍ବନ କରନ୍ତି । ୨. ତୈଳ ବିତରଣ କମ୍ପାନୀ(ଓଏମ୍‍ସି) ସବୁ ସେମାନଙ୍କ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ ଉପକ୍ରମ (ସିଏସ୍‍ଆର୍‍) ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ନିୟୋଜିତ କରିବା, ଶିକ୍ଷିତ କରାଇବା ଏବଂ ସଶକ୍ତ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସାନିଟାରୀ ନାପ୍‍କିନ୍‍ ୟୁନିଟି ପ୍ରତିଷ୍ଠା କରି ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଉତ୍ପାଦ ପ୍ରସ୍ତୁତ କରାଇବାର ବାଟ ଦେଖାଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓଡ଼ିଶାରେ ୧୦୦ଟି କର୍ପୋରେଟ ସେବା କେନ୍ଦ୍ର ମାଧ୍ୟମରେ ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ ୟୁନିଟି ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ୨୦୧୮ ଡିସେମ୍ବର ୩୦ ତାରିଖରେ ଉଦ୍‍ଘାଟିତ ହୋଇଛି । ୩. ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇ, ନାଲ୍‍କୋ, ଏନ୍‍ଟିପିସି ଏବଂ କୋଲ୍‍ ଇଣ୍ଡିଆ ଲିମିଟେଡ୍‍ ଆନୁକୂଲ୍ୟରେ ୪୦୦ କର୍ପୋରେଟ୍‍ ସେବାକେନ୍ଦ୍ର ମାଧ୍ୟମରେ ସାନିଟାରୀ ନାପ୍‍କିନ୍‍ ଉତ୍ପାଦନ ୟୁନିଟି ୨୦୧୯ ମାର୍ଚ୍ଚ ୪ ତାରିଖରେ ଉଦ୍‍ଘାଟିତ ହେବ । ୪. ପ୍ରତିଟି କେନ୍ଦ୍ରରେ ଦୈନିକ ୧୨୦୦ରୁ ୨୦୦୦ ପ୍ୟାଡ୍‍ ଉତ୍ପାଦିତ ବୋ ଏବଂ ନାପ୍‍କିନ୍‍ ପ୍ୟାକିଂ ତଥା ଗ୍ରାମୀଣ ମହିଳାଙ୍କ ଦ୍ୱାରା ବ୍ୟବହାର ପୂର୍ବରୁ ବିଶୋଧିତ ହେବା ଉଦ୍ଦେଶ୍ୟରେ ସେଠାରେ ଏକ ବିଶୋଧନ ପ୍ରକୋଷ୍ଠ ରହିବ । କର୍ପୋରେଟ୍‍ ସେବାକେନ୍ଦ୍ର ଦ୍ୱାରା ମଧ୍ୟ ୪୫,୦୦୦ରୁ ୫୦,୦୦୦ ପ୍ୟାଡ୍‍ ପ୍ରସ୍ତୁତି ପାଇଁ କଞ୍ଚାମାଲ ଯୋଗାଇ ଦିଆଯିବ । ଏହି ନାପ୍‍କିନ୍‍ ପ୍ୟାକେଟ୍‍ର  ମୂଲ୍ୟ ୪୦ ଟଙ୍କା ରହିବ; ପ୍ରତି ପ୍ୟାକ୍‍ରେ ୮ଟି ପ୍ୟାଡ୍‍ ରହିବ ।କର୍ପୋରେଟ୍‍ ସେବା କେନ୍ଦ୍ର ମାଧ୍ୟମରେ ଏଲ୍‍ପିଜ....            ୧. ଘରୋଇ ସ୍ୱଚ୍ଛ ଇନ୍ଧନ ବିପ୍ଳବର ମଧ୍ୟ ସ୍ତରରେ ଭାରତ ରହିଛି । ୨୦୧୪ରେ ଏଲ୍‍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୧୩ କୋଟି ଥିବା ବେଳେ ଏଥିରେ ଅହେତୁକ ଅଭିବୃଦ୍ଧି ଘଟି ଆଜି ସୁଦ୍ଧା ୨୬.୨୨ କୋଟିରେ ପହଞ୍ôଚଛି; ଦେଶରେ ସ୍ୱଚ୍ଛ ରନ୍ଧନ ଇନ୍ଧନକୁ ସର୍ବବ୍ୟାପୀ କରିବାକୁ ଏହା ଅଭୂତପୂର୍ବ ଉଦ୍ୟମର ଫଳ । ଭାରତ ସ୍ୱାଧୀନତାର ପ୍ରଥମ ୬୭ ବର୍ଷ ମଧ୍ୟରେ ମାତ୍ର ୧୩ କୋଟି ଲୋକ ଏଲ୍‍ପିଜି ବ୍ୟବହାର କରୁଥିଲେ । ଗତ ୪ ବର୍ଷ ୮ ମାସରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୨୬.୨୨ କୋଟିରେ ଏବେ । ୨. ଏବେ ସୁଦ୍ଧା ଏଲ୍‍ପିଜି ଗ୍ୟାସ୍‍ ଇନ୍ଧନ ପାଇ ପାରୁନଥିବା ଲୋକେ ରୋଷେଇ ଇନ୍ଧନର ପ୍ରାଥମିକ ଉତ୍ସ ଭାବେ ଜଙ୍ଗଲରୁ ସଂଗୃହୀତ ଜାଳେଣି କାଠ, କୋଇଲା, ଗୋବର-ଘସି ଉପରେ ନିର୍ଭର କରୁଛନ୍ତି । ଏଭଳି ଇନ୍ଧନ ଜାଳିବା ଦ୍ୱାରା ସୃଷ୍ଟ ଧୂଆଁ ଘରେ ବିପଦପୂର୍ଣ୍ଣ ପ୍ରଦୂଷଣ ସୃଷ୍ଟି କରୁଛି ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପକାଇ ନାନା ଶ୍ୱାସ ରୋଗ / ବ୍ୟତିକ୍ରମ ସଅଷ୍ଟି କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟ ଅନୁଯାୟୀ ପ୍ରତି ଘଣ୍ଟାରେ ଅସ୍ୱଚ୍ଛ ଇନ୍ଧରୁ ସୃଷ୍ଟ ଧୂଆଁ ଆଘ୍ରାଣ ୪୦୦ ସିଗାରେଟ୍‍ ଧୂଆଁ ସହ ସମାନ । ଏଥିସହ ମହିଳା ଓ ଶିଶୁମାନଙ୍କୁ ଜାଳେଣି ସଂଗ୍ରହ ପାଇଁ କଠିନ ପରିଶ୍ରମ କରିବାକୁ ପଡୁଛି । ୩. ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ) ମାଧ୍ୟମରେ ସେମାନଙ୍କୁ ସ୍ୱଚ୍ଛ ରନ୍ଧନ ଗ୍ୟାସ୍‍- ଏଲ୍‍ପିଜି ଉପଲବ୍ଧ କରାଯାଉଛି, ଯାହା ଫଳରେ ସେମାନେ ଧୂଆଁ ଭର୍ତ୍ତି ରୋଷେଇଶାଳରେ ସାଲିସ କରିବେନି ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଏଣେତେଣେ ବୁଲି ଜାଳେଣି କାଠ ସଂଗ୍ରହ କରିବାକୁ ପଡ଼ିବନି । ଏଲ୍‍ପିଜି ବ୍ୟବହାର ଦ୍ୱାରା ମହିଳାମାନେ ଯେଉଁ ସମୟ ବଞ୍ଚାଇବେ ଏହାର ଉପଯୋଗ ଦ୍ୱାରା ସେମାନେ ସକରାତ୍ମକ ରୋଜଗାର କରିପାରିବେ, ଯାହା ଫଳରେ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ସମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍ତରପ୍ରଦେଶର ବାଲିଆଠାରେ ୨୦୧୬ ମେ ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରାଯାଇଥିଲା ।
୪. ଆଜି ସୁଦ୍ଧା ସର୍ବଭାରତୀୟ ସ୍ତରରେ ପିଏମ୍‍ୟୁୱାଇ ଉପଭୋକ୍ତାଙ୍କ ସଂଖ୍ୟା ୬.୮ କୋଟି ଅତିକ୍ରମ କରିଥିବା ବେଳେ
ଓଡ଼ିଶାରେ ଏହି ସଂଖ୍ୟା ୪୦.୩ ଲକ୍ଷ । ୫. ଓଡ଼ିଶାରେ ୨୦୧୬ ଜୁନଠାରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମ୍‍ୟୁୱାଇ) ଆରମ୍ଭ ହେବା ପରଠାରୁ, ଗ୍ରାମାଞ୍ଚଳ / ଅନୁନ୍ନତ ଅଞ୍ଚଳରେ ଏଲ୍‍ପିଜି ଉପଭୋକ୍ତାଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ଓଡ଼ିଶାରେ, ୨୦୧୪ ଜୁନ ୧ ତାରିଖରେ ଏଲ୍‍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦ ଲକ୍ଷ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୧୯ ମାର୍ଚ୍ଚ ୧ ତାରିଖ ସୁଦ୍ଧା ୭୯ ଲକ୍ଷରେ। ବିଗତ ୪ ବର୍ଷ ମଧ୍ୟରେ ତୈଳ ବିତରଣ କମ୍ପାନୀମାନେ ସାରା ଓଡ଼ିଶାରେ ୫୧୯ ଏଲ୍‍ପିଜି ବିତରଣ କେନ୍ଦ୍ର
କାର୍ଯ୍ୟକ୍ଷମ କରାଇଛନ୍ତି । ୬. ଆମର ମୂଲ୍ୟବାନ ଉପଭୋକ୍ତାଙ୍କୁ ସର୍ବଶ୍ରେଷ୍ଠ ସେବା ଦେବା ଉଦ୍ଦେଶ୍ୟରେ ଏହାର ପରିବ୍ୟାପ୍ତି ପର୍ଯ୍ୟାପ୍ତ ଯୋଗାଣ ଏବଂ ବିତରଣ ନେଟ୍‍ୱର୍କ ଆବଶ୍ୟକ କରୁଛି । ବିତରକଙ୍କ ମାଧ୍ୟମରେ ଏହି ସେବାକୁ ସହାୟତା ପାଇଁ, ଗ୍ରାମାଞ୍ଚଳରେ କର୍ପୋରେଟ୍‍ ସେବା କେନ୍ଦ୍ର (ସିଏସ୍‍ସି)ର ଉପଯୋଗ କରାଯିବାକୁ ଚିନ୍ତା କରାଯାଇଛି । ୭. କର୍ପୋରେଟ୍‍ ସେବା କେନ୍ଦ୍ର (ସିଏସ୍‍ସି) ପଏଣ୍ଟରେ ଏଲ୍‍ପିଜି ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ତୈଳ ବିତରଣ କମ୍ପାନୀ ଏବଂ ‘ସିଏସ୍‍ସି-ଇଭ୍‍’ ମଧ୍ୟରେ ଏକ ସର୍ବ ଭାରତୀୟ ବୁଝାମଣା ପତ୍ର (ଏମ୍‍ଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରାରମ୍ଭିକ ଭାବେ, ଏହି ଉପକ୍ରମ ଓଡ଼ିଶାର ଅନୁଗୁଳ ଜିଲା ଏବଂ ମେଘାଳୟର ଇଷ୍ଟ ଖାସି ହିଲ୍‍ ଜିଲାରେ କାର୍ଯ୍ୟକାରୀ ହୋଇଛି । ଏହି ଉପକ୍ରମ ମାଧ୍ୟମରେ ନିର୍ଦ୍ଧାରିତ ସିଏସ୍‍ସି ପଏଣ୍ଟରେ ରିଫିଲ୍‍ ବୁକିଂ, କେୱାଇସି କାଗଜାତ ସଠିକକରଣ ଏବଂ ରିଫିଲ୍‍
ଡେଲିଭରି ସୁବିଧା କରାଯାଇଛି । ୮. ଏହି ଉପକ୍ରମକୁ ଅଧିକ ଅଗ୍ରସର କରାଇବା ଏବଂ ଆମର ମୂଲ୍ୟବାନ ଉପଭୋକ୍ତାଙ୍କୁ ଏଲ୍‍ପିଜି ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶାର ୨୦୦୦ ଭିଏଲ୍‍ଇ ପଏଣ୍ଟରେ ଏଲ୍‍ପିଜି ସେବା ପରିବର୍ଦ୍ଧିତ କରାଯାଇଛି । ଏହି ଉପକ୍ରମ ଅଧୀନରେ, ଏଲ୍‍ପିଜି ଉପଭୋକ୍ତାମାନେ ଭିଏଲ୍‍ଇ ପଏଣ୍ଟରେ ଯେକୌଣସି ତୈଳ ବିତରଣ କମ୍ପାନୀର ଇନ୍ଧନ ରିଫିଲ୍‍ କରାଇପାରିବାର ସୁବିଧା ରହିଛି । ଏହି ବୁଝାମଣାପତ୍ର (ଏମ୍‍ଓୟୁ) ଅଧୀନରେ ରିଫିଲ୍‍ ବୁକିଂ, କେୱାଇସି ଦାଖଲ, ନୂତନ ସଂଯୋଗ ପଞ୍ଜିକରଣ ଏବଂ ରିଫିଲ୍‍ ପରେ ବିତରଣ ଆଦି ଏଲ୍‍ପିଜି ଆଧାରିତ ସେବା ତୈଳ ବିତରଣ କମ୍ପାନୀମାନଙ୍କ ଦ୍ୱାରା ଭିଏଲଇ ପଏଣ୍ଟରେ ଉପଲବ୍ଧ କରାଯାଇଛି । ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍‍ରେ ମାର୍ଚ୍ଚ ୪ ତାରିଖରେ ଗାମୀଣ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଆୟୋଜନ ସହ ଉପରୋକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‍) କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ
ଓଡ଼ିଶା ତୈଳ ଶିଳ୍ପର ରାଜ୍ୟସ୍ତରୀୟ ସଂଯୋଜକ ତଥା ଇଣ୍ଡିଆନ ଅଏଲ୍‍ର ମୁଖ୍ୟ ମହାପ୍ରବନ୍ଧକ ଶୁଭୋଜିତ ଘୋଷ, ଗ୍ରାହକ ସେବା କେନ୍ଦ୍ର (ସିଏସ୍‍ସି) ଓଡ଼ିଶା ମୁଖ୍ୟ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ସିଂହ, ଇଣ୍ଡିଆନ ଅଏଲ ଓଡ଼ିଶାର ଜିଏମ୍‍ (ଏଲ୍‍ପିଜି) ସଞ୍ଜୟ ଝା, ବିପିସିଏଲ୍‍ର ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ (ଏଲ୍‍ପିଜି) ସଞ୍ଜୟ ଶର୍ମା, ଏସ୍‍ପିସିଏଲ୍‍ ଓଡ଼ିଶାର ଡିଜିଏମ୍‍ (ଏଲ୍‍ପିଜି) ଧର୍ମେନ୍ଦ୍ର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।

 

Mo sapath

Leave A Reply

Your email address will not be published.